ବଲାଙ୍ଗିରରେ ଅମ୍ଳଜାନ ବ୍ୟାଙ୍କର ଶୁଭାରମ୍ଭ

ବଲାଙ୍ଗିର: ମୁମ୍ବାଇର ଜୁହାର ଫାଉଣ୍ଡେସନ ଓ ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମିଳିତ ଉଦ୍ୟମରେ ସୋମବାର ବଲାଙ୍ଗିର ଶ୍ରମିକ ମଙ୍ଗଳ ଭବନରେ ଅମ୍ଳଜାନ ବ୍ୟାଙ୍କର ଶୁଭାରମ୍ଭ ହୋଇଛି। ଏହାକୁ ଜିଲାପାଳ ଚଞ୍ଚଳ ରାଣା ଶୁଭାରମ୍ଭ କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ ଉପସ୍ଥିତ ଥିଲେ। ଭର୍ଚୁଆଲ୍‍ ମୋଡରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ଜୁହାର ଫାଉଣ୍ଡେସନ ମୁମ୍ବାଇର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ସୂଚନା ଯୋଗ୍ୟ ଯେ, ଗୃହ ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତଙ୍କୁ ଅମ୍ଳଜାନ ଆବଶ୍ୟକ ପଡୁଛି। ସେମାନଙ୍କୁ ଅମ୍ଳଜାନ ନେବା ପାଇଁ ଡାକ୍ତରଖାନାକୁ ଧାଇଁବାକୁ ହେଉଛି। ଅମ୍ଳଜାନ ବ୍ୟାଙ୍କ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଅମ୍ଳଜାନ ଉପଲବ୍ଧ ରହିଥିବା ବିଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ଅଧିକ କରାଯିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ବିବେକାନନ୍ଦ ପଟେଲଙ୍କ ସହ ଅନ୍ୟ ସାଥୀ ଓ ସହଯୋଗୀମାନେ ଉପସ୍ଥିତ ଥିଲେ।

Comments are closed.