ଘରୋଇ ନର୍ସିଂ ହୋମରେ ବିଧାୟକ, କହିଲେ ଶୀଘ୍ର ସମାଧାନ ହେବ ପିଇବା ପାଣି ସମସ୍ୟା

ବଲାଙ୍ଗିର: ମୁଁ ସୁସ୍ଥ ଅଛି। ଏହି ମହାମାରୀ ସମୟରେ ଆପଣମାନେ ସମାଜିକ ଦୂରତା ପାଳନ କରିବା ସହ ଡବଲ ମାସ୍କ ପରିଧାନ କରନ୍ତୁ। ରବିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ବହୁତ ମାରତ୍ମକ। ତେଣୁ ବିବ୍ରତ ନହୋଇ ନିଜ ତଥା ପରିବାରର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ କହିଛନ୍ତି ଶ୍ରୀ ମିଶ୍ର।

ସହରର କିଛି ଅଂଚଳର ପିଇିବା ପାଣି ସମସ୍ୟା ଥିବା ମୋର ନଜରକୁ ଆସିଛି, ଭୁବନେଶ୍ୱରରେ ଥାଇ ମୁଁ ଅଧିକାରୀଙ୍କ ସହ କଥା ହୋଇଛି। ସହରର ପିଇବା ପାଣି ଶିଘ୍ର ସମାଧାନ କରାଯିବ। ଏନେଇ ଅଧିକାରୀମାନେ ପ୍ରତିଶୃତି ଦେଇଥିବା ବେଳେ କିଛି ଅଂଚଳରେ କାମ ଆରମ୍ଭ ହୋଇ ସାରିଛି। ସହରବାସୀ ଶିଘ୍ର ପର୍ଯ୍ୟାପ୍ତ ପିଇବା ପାଣି ପାଇ ପାରିବେ କହିଛନ୍ତି ବିଧାୟକ ଶ୍ରୀ ମିଶ୍ର।

Comments are closed.