ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ନବରାତ୍ର ପାଳିତ

ବଲାଙ୍ଗୀର :ପାଟଣା ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ନବରାତ୍ରି ପୂଜା ଧୁମଧାମରେ ପାଳନ କରାଯାଉଛି । ନୀତି ନିୟମରେ ପୂଜାବିଧି ·ଲିଥିବା ବେଳେ ଭକ୍ତମାନେ ମାନସିକ ଦୀପ ପ୍ରଜ୍ଜଳନ କରୁଛନ୍ତି । ଚଣ୍ଡିପାଠ, ମା’ଙ୍କର ମନ୍ତ୍ର ତଥା ସକାଳୁ ସୂର୍ଯ୍ୟ ପୂଜାରୁ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚଣ୍ଡିପାଠ କରାଯାଉଛି । ଗତ ୨ ବର୍ଷ ହେଲା କୋଭିଡ୍‌ କଟକଣା ଯୋଗୁଁ ଭକ୍ତଙ୍କ ସୁଅ ଛୁଟୁ ନଥିଲା । ଏ ବର୍ଷ ଭକ୍ତ ମା’ଙ୍କ ଦର୍ଶନ କରୁଛନ୍ତି । ସନ୍ଧ୍ୟାରେ ମା’ଙ୍କ ମହାଆଳତିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଉଛନ୍ତି । ପୂଜକ ମଳୟ ଦିସ୍ରୀ ଓ ତାଙ୍କ ପୁତ୍ର ଅଭିନାଶ ଦିସ୍ରୀ ପୂଜା ନୀତି ନିୟମ ଅନୁସାରେ ପୂଜା କରୁଥିବା ବେଳେ ପଣ୍ଡିତ ବାବୁଲି ମିଶ୍ର ଚଣ୍ଡିପାଠ କରି ହୋମଯଜ୍ଞ ନିର୍ବାହ କରୁଛନ୍ତି ।

Comments are closed.