କରୋନାରେ ବିଶ୍ୱାବସୁ ଶବର ସଂଘ ସଭାପତିଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ଜିଲା ବିଶ୍ୱାବସୁ ଶବର ସଂଘ ସଭାପତି କଳାକାହ୍ନୁ ତୁମନିଆ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କୁ ୭୪ ବର୍ଷ ହୋଇଥିଲା। ବଲାଙ୍ଗିରସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ତୁମନିଆ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ବଲାଙ୍ଗିର କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ସମସ୍ତ ଶବର ସମାଜ ତଥା ଆଦିବାସୀ ସମାଜ ମର୍ମାହତ ଓ ଦୁଃଖିତ। ଏହା ସମଗ୍ର ଆଦିବାସୀ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ତୁମନିଆ ୧୯୮୮ରୁ ୧୯୯୬ ପର୍ଯ୍ୟନ୍ତ ପାଟଣାଗଡ ଉପଖଣ୍ଡ ସଭାପତି ଓ ୨୦୦୩ରୁ ମୃତ୍ୟୁ ପର୍ଯ୍ୟନ୍ତ ଜିଲା ସଭାପତି ଦାୟିତ୍ୱ ତୁଳାଇଥିଲେ। ଏପରି କି ସେ ଜଣେ ଦକ୍ଷ  ଶିକ୍ଷକ ରୂପେ ଘସିଏନ ହାଇସ୍କୁଲରେ ଶିକ୍ଷକତା କରି ୨୦୦୫ରେ ଅବସର ନେଇଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଘସିଏନ ଗ୍ରାମ ପଞ୍ଚାୟତର ସରପଞ୍ଚ ରହିଥିଲେ। ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ୨ଟି ପୁଅ ଓ ଏକମାତ୍ର କନ୍ୟା ସହିତ ନାତି, ନାତୁଣୀ ରହିଛନ୍ତି। ତାଙ୍କ ମୃତ୍ୟୁରେ ବିଶ୍ୱାବସୁ ଶବର ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହିତ ସମଗ୍ର ପଶ୍ଚିମ ଓଡିଶାର ଶବର ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Comments are closed.