ସ୍କୁଲ ଛାତ୍ରୀଙ୍କୁ ସ୍ୱଚ୍ଛତା ଶିକ୍ଷା ଦେଉଛି ମାହେଶ୍ୱରୀ ମହିଳା ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର: ସ୍ୱଚ୍ଛତା ଓ ସଚେତନତା ଆଜ ହି ବୋଲି ନୁହେଁ, ସବୁ ସମୟରେ ଜୀବନ ଜୀଇଁବାର ମୂଳମନ୍ତ୍ର। ଏହାକୁ ପାଥେୟ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ମହିଳା ଶାଖାର କାର୍ଯ୍ୟକର୍ତ୍ତାମାନେ ଗାଁ ଗାଁକୁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି। ବଲାଙ୍ଗିର ଜିଲା କୁଡାସିଂହା ଗାଁରେ ସ୍କୁଲ ତଥା କଲେଜ ଛାତ୍ରୀମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ସ୍ୱଚ୍ଛତା ଶିକ୍ଷା ପ୍ରଦାନ କରିଛି ସଙ୍ଗଠନ। ମାସିକ ଋତୁ ସମୟରେ ସଂକ୍ରମଣ ହେବାର ଅଧିକ ସମ୍ଭାବନା ଥିବା ବେଳେ ଲକ୍‍ଡାଉନ, ସଟ୍‍ଡାଉନ ସମୟରେ ନାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ତେବେ ଏହାର ନିରାକରଣ ପାଇଁ ସ୍ୱଚ୍ଛତା ଓ ସଚେତନତା ହିଁ ଏକମାତ୍ର ମୂଳମନ୍ତ୍ର। ଏହି କ୍ରମରେ ମହିଳାମାନେ ଆଗକୁ ଆସି ନିଜେ ଓ ଅନ୍ୟମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ଉପଦେଷ୍ଟା ଲଲିତ ସାହୁ, ନୂତନ ଦାସ, ବିଷ୍ଣୂ ପ୍ରିୟା ପାଣି, ସୋନିଆ ବେଜ, ପ୍ରିୟଙ୍କା ପଟ୍ଟନାୟକ, ସୁଶ୍ରୀତା ଠାକୁର, ଆଶିଷ ଜେନା, ରାଜ ବାଳୁଙ୍କେଶ୍ୱର ନନ୍ଦ, ସୁମନିତ ରାଓ, ପ୍ରିତୀଶ ସାହୁ, ସାହିଲ ସିଂହ ଗଡତ୍ୟା, ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶନୀ, ସହ ସଂଯୋଜିକା ସନମ ସାହୁ, ପ୍ରିତିପ୍ରଜ୍ଞା ମହାରଣା, ମନୀଷା ସାହୁ, ପ୍ରିୟଙ୍କା ନାଏକ, ଅଙ୍କିତା ନାଏକ, ଅଳକା ସେନାପତି, ବର୍ଷାରାଣୀ ସାହୁ, ତୃପ୍ତି ସାହୁ, ଅନିତା ସାହୁ, ନିହାରିକା ସାହୁ, ଜ୍ୟୋତିର୍ମୟୀ ଦଲାଇ, ରୋଜା ପଧାନ, ଯୋଶବନ୍ତୀ ଭୁଏ, ମନୋଜ ଝାଙ୍କର, ସଞ୍ଜୟ ମାଝୀ, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.