ବିଶ୍ୱହିନ୍ଦୁ ପରିଷଦ ପରିଷଦ କାର୍ଯ୍ୟାଳୟ ପରିସରରେ ଅସ୍ତ୍ରଶସ୍ତ୍ର ପୂଜନ ଉତ୍ସବ

ବୋଲଗଡ଼: ଧର୍ମ ଉପରେ ଅଧର୍ମର,ଅସତ୍ୟ ଉପରେ ସତ୍ୟର, ମ୍ଳେଛମାନଙ୍କ ଉପରେ ଦେବୀ ଦୁର୍ଗାଙ୍କର ବିଜୟକୁ ଦର୍ଶାଇବା ପାଇଁ ସାରା ଭାରତବର୍ଷରେ ଆଶ୍ୱିନମାସ ଶୁକ୍କ ପକ୍ଷରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇଥାଏ। ଏହି ଭବ୍ୟତାର ପରିଚୟ ଆଗାମୀ ପିଢିପାଇଁ ପଥପଦର୍ଶକର ମାର୍ଗକରି ରବିବାର ବିଶ୍ୱହିନ୍ଦୁ ପରିଷଦ ବୋଲଗଡ ଶାଖା ପକ୍ଷରୁ ସ୍ଥାନୀୟ ବିଶ୍ୱହିନ୍ଦୁ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଅସ୍ତ୍ରଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମହାବିଦ୍ୟାଳୟ ପ୍ରମୁଖ ମୁକେଶ ରଞ୍ଜନ ସାମନ୍ତରାୟ, ବୋଲଗଡ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା, ବଳ ଉପାସନା ପ୍ରମୁଖ ଜଗନ୍ନାଥ ସିଂହ, ସଭ୍ୟ ହିଂମାଶୁ ପଟ୍ଟନାୟକ, ଶୁଭ୍ରାଂସୁ ସିଂହ, ନୂତନ ସିଂ, ରାଜୀବ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଶସ୍ତ୍ର ପୂଜନର ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ସାମରିକ କଳା ଓ କୈାଶଳ ପଦର୍ଶନ କରାଯିବା ସହିତ ଆଗାମୀ ଦିନରେ ବୋଲଗଡ ଅଞ୍ଚଳରେ ବଳ ଉପାସନା ଗୃହ,ଆଖଡା କେନ୍ଦ୍ର ଓ ଗୋସୁରକ୍ଷାକୁ ପ୍ରାଧ୍ୟାନ ଦିଆଯିବା ସହିତ ଗୋଶାଳା ନିର୍ମାଣ ଏବଂ ଗୋଚାଲାଣକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମହାବିଦ୍ୟାଳୟ ପ୍ରମୁଖ ମୁକେଶ ରଞ୍ଜନ ସାମନ୍ତରାୟ ପ୍ରକାଶ କରିଛନ୍ତି।

Comments are closed.