ପରିବେଶ ସୁରକ୍ଷା ପାଇଁ ନିଆରା ବିଭାଘର

ବୋଲଗଡ଼ : ଖୋର୍ଦ୍ଧା ଜିଲା ତାଳତୁମ୍ବ ଗ୍ରାମରେ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି। ଦୁଇ ଔଷଧୀୟ ବୃକ୍ଷ ଅଶ୍ୱତ୍ଥ ଓ ବର ମଧ୍ୟରେ ବାହାଘର କରାଯାଇଛି। ଉକ୍ତ ଦୁଇ ବୃକ୍ଷ ବାୟୁମଣ୍ଡଳକୁ ଅଧିକ ଅମ୍ଲଜାନ ଯୋଗାଉଛି। ଏଣୁ କରୋନାର ପ୍ରକୋପକୁ ପ୍ରତିହତ କରିବା ପାଇଁ ଏହି ଅଭିନବ ପ୍ରକ୍ରିୟା ପାଳନ କରାଯାଇଥିଲା। ଗ୍ରାମର ସନାତନ ମହାପାତ୍ର, ପତ୍ନୀ ରମାମଣି ମହାପାତ୍ର, ପ୍ରଦୀପ ବାରିକ ଓ ପତ୍ନୀ ସୂର୍ଯ୍ୟକାନ୍ତି ବାରିକ ଉଭୟ ବୃକ୍ଷଙ୍କ ପିତାମାତା ସାଜି ଏହି ମହନୀୟ କାର୍ଯ୍ୟ ତୁଲାଇଛନ୍ତି।

 

ପୁରୋହିତ ମନ୍ତ୍ରପାଠ କରିଥିଲେ ଏବଂ ଚତୁର୍ଦ୍ଦିଗରେ ଅଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହିତ ନାରାୟଣ ଓ ଲକ୍ଷ୍ମୀ ସାରା ବିଶ୍ୱାବାସୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ବୋଲି ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦେଶକ ତଥା ସମାଜସେବୀ ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି।

Comments are closed.