ବବି ଦେଓଲ ଓ ପ୍ରକାଶ ଝାଙ୍କୁ କୋର୍ଟ ନୋଟିସ୍

ଯୋଧପୁର : ବଲିଉଡ଼ ଅଭିନେତା ବବି ଦେଓଲ ଓ ନିର୍ମାତା ତଥା ନିର୍ଦେଶକ ପ୍ରକାଶ ଝାଙ୍କୁ ଯୋଧପୁର କୋର୍ଟ ନୋଟିସ ପଠାଇଥିବା ଜଣାପଡିଛି । ଏମ୍‌ଏକ୍ସ ପ୍ଲେୟାରରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ୱେବସିରିଜ ‘ଆଶ୍ରମ’କୁ ନେଇ କୋର୍ଟ ଏହି ନୋଟିସ୍ ପଠାଇଛନ୍ତି ।ମାମଲାରେ ଆଗାମୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ। ୧୧ ତାରିଖ ସୁଦ୍ଧା ଉଭୟଙ୍କୁ କୋର୍ଟଙ୍କ ନୋଟିସର ଜବାବ ଦେବାକୁ ପଡ଼ିବ ।

ଏମ୍‌ଏକ୍ସ ପ୍ଲେୟାରରେ ରିଲିଜ୍ ହୋଇଥିବା ଆଶ୍ରମ ୱେବ୍ ସିରିଜରେ ଆଶ୍ରମ ଭିତରେ ମହିଳାଙ୍କ ସହ ହେଉଥିବା ଉତ୍ପୀଡ଼ନକୁ ଦର୍ଶାଯାଇଥିଲା ।ଏହାପରେ ସିରିଜ୍‌ର ନିର୍ମାତା ଓ କଳାକାରମାନଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା ।ଏହାକୁ ନେଇ ପ୍ରକାଶ ଝା କହିଥିଲେ ଯେ, ଦୁଇ ସାଧୁଙ୍କୁ ନେଇ ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ସେହି ଆଧାରରେ ‘ଆଶ୍ରମ’ ୱେବସିରିଜ ନିର୍ମାଣ କରାଯାଇଛି। ସେହିପରି ୱେବସିରିଜରେ ଧର୍ମ ନାମରେ ଠକେଇ କରୁଥିବା ବାବାମାନଙ୍କ ବିରୋଧରେ ଦର୍ଶାଯାଇଛି। ୪୦୦ ମିଲିୟନରୁ ଅଧିକ ଲୋକ ଏହି ୱେବସିରିଜ ଦେଖି ସାରିଛନ୍ତି ବୋଲି ବବି ଦେଓଲ କହିଛନ୍ତି ।

Comments are closed.