ବିହାରରେ ଡଙ୍ଗା ବୁଡ଼ି ୨ ମୃତ, ୭ ନିଖୋଜ

ପାଟନା: ବିହାରର କଟହାର ଅଞ୍ଚଳରେ ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ପକ୍ଷରୁ ଉଦ୍ୟମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ଡଙ୍ଗାଟି ପଶ୍ଚିମବଙ୍ଗର ବାଜିତପୁରରୁ ବିହାରର ଆବାଦପୁର ଥାନା ଅଞ୍ଚଳର ଡମଡୋଲିଆକୁ ଆସୁଥିଲା। ଡଙ୍ଗାରେ ପ୍ରାୟ ୪୦ ଜଣ ଥିଲେ। ନଦୀର ମଝିରେ ଡଙ୍ଗାଟି ଓଲଟି ପଡ଼ିଥିଲା। ତୁରନ୍ତ ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Comments are closed.