ଅମାନିଆଙ୍କ ଠାରୁ ଆଦାୟ ହେଲାଣି ଲକ୍ଷାଧିକ ଟଙ୍କାର ତଣ୍ଡ

ବୋଲଗଡ : କରୋନା ମହାମାରୀ ପାଇଁ ସରକାର ବହୁ କଟକଣା ଜାରୀ କରିଥିବାବେଳେ ସମସ୍ତେ ଘରୁ ପଦାକୁ ବାହରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ତଥାପି ଜନସାଧାରଣ ତଥା ବହୁ ଅମାନିଆ ବ୍ୟକ୍ତି ମାସ୍କ ନପିନ୍ଧି ଯାତାୟତ କରୁଥିବାରୁ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବୋଲଗଡ ଥାନା ପୁଲିସ ବୁଧବାର ସୁଦ୍ଧା ୩୫୨ଜଣ ଅମାନିଆଙ୍କ ଠାରୁ ୧ଲକ୍ଷଟଙ୍କାରୁ ଉର୍ଦ୍ଧ ଜରିମନା ଆଦାୟ ହୋଇଛି। ଜୁନ ମାସ ୨ ତାରିଖ ଠାରୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ଘୋଷଣା ହେବାପରେ ସେହି ଦିନ ଠାରୁ ୩୫୨ଜଣଙ୍କ ଠାରୁ ଏହି ଟଙ୍କା ବିଭିନ୍ନ ଦିନରେ ପୁଲିସର ଚେକିଂ ସମୟରେ ଆଦାୟ କରାଯାଇଛି ବୋଲି ବୋଲଗଡ ଥାନା ସୂତ୍ରରୁ ଜଣାପଡ଼ିଛି। ୫୭ନଂ ଜାତୀୟ ରାଜପଥର ତହସିଲ ଛକ ଠାରେ ଏସଆଇ ସବୀର ଅହମଦ୍‍, ଏଏସଆଇ ଉମାକାନ୍ତ ମଲ୍ଲିକ ପୁଲିସ ଟିମ ସହିତ ଚେକିଂ କରି ଏହି ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି। ଆଗାମୀ ଦିନରେ ଏହି ଚେକିଂ ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

Comments are closed.