ପାର୍କିଂ ଫି’ ଆଦାୟ ପାଇଁ କିନ୍ନରଙ୍କୁ ପରିଚୟ ପତ୍ର ବାଣ୍ଟିଲେ ବିଏମସି କମିଶନର

ଭୁବନେଶ୍ଵର: ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଞ୍ଚଳରେ ପାର୍କିଂ ଫି’ ଏବଂ ହୋଲ୍ଡିଂ ଟିକସ ଆଦାୟ କରିବେ କିନ୍ନର। ଏଥିପାଇଁ କିନ୍ନରମାନଙ୍କ ଦ୍ବାରା ସ୍ଥାପିତ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି ଏସଏଚଜିର ସଦସ୍ୟମାନଙ୍କୁ ପାର୍କିଂ ଫି’ ଏବଂ ଟିକସ ଆଦାୟ ଲାଗି ବୁଧବାର ବିଏମସି ପକ୍ଷରୁ ପରିଚୟ ପତ୍ର ବଣ୍ଟନ କରାଯାଇଛି।

ବିଏମସି କମିଶନର ପ୍ରେମ ଚୌଧୁରୀ କିନ୍ନରମାନଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଏମସିର ଏହି ପଦକ୍ଷେପ କିନ୍ନରମାନଙ୍କ ଜୀବିକା ଏବଂ ଟିକସ ଆଦାୟରେ ଉନ୍ନତି ଆଣିବ ବୋଲି କୁହାଯାଇଛି।

 

Comments are closed.