ମାସ୍କ ନ ପିନ୍ଧି ୮ ହଜାର ତଣ୍ଡ ଗଣିଲେ ୪୦ ଅମାନିଆ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ମାସ୍କ ବ୍ୟବହାର ନ କରିଥିବା ଉଲ୍ଲଂଘନକାରୀଙ୍କ ଉପରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଜୋନାଲ ଡେପୁଟି କମିଶନର ଆଜି ୪୦ ଜଣଙ୍କ ଠାରୁ ୮ହଜାର ଟଙ୍କା ଜୋରିମାନା ସଂଗ୍ରହ କରିଛନ୍ତି। ସେମାନେ ବାହାରେ ବୁଲୁଥିଲେ ମଧ୍ୟ ମାସ୍କ ପିନ୍ଧି ନଥିଲେ।

ଗତ ୯ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଯେକୌଣସି ଉଦ୍ଦେଶ୍ୟରେ ଘରୁ ବାହାରକୁ ଆସୁଥିଲେ ନାକ ଏବଂ ପାଟି ଘୋଡାଇବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲା। ଏହି ବିଜ୍ଞପ୍ତିରେ ରୁମାଲ କିମ୍ବା ଅନ୍ୟ କୌଣସି ପରିଷ୍କାର କପଡା ମଧ୍ୟ ମାସ୍କ ଭାବରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଥିଲା।

ବରିଷ୍ଠ ଅଧିକାରୀ ଅଶୋକ ବେରିଆଙ୍କ ନେତୃତ୍ୱରେ ବିଏମସିର ଏକ ଟିମ୍ ମାସ୍କ ନ ପିନ୍ଧି ବାହାରେ ବୁଲାବୁଲି କରୁଥିବା ଲୋକଙ୍କଠାରୁ ଏହି ଜରିମାନା ଆଦାୟ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ବିଏମସି ଘୋଷଣା କରିଛି ଯେ ଏହି ନିୟମ ଲଙ୍ଘନ କ୍ଷେତ୍ରରେ ପ୍ରଥମ ୩ଥର ପାଇଁ ୨୦୦ ଟଙ୍କା ଓ ଚତୁର୍ଥ ଥର ଓ ପରବର୍ତ୍ତୀ ଥର ପାଇଁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ।

Comments are closed.