ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଟର୍ଫ ବିଛା ହେଲା

କଟକ :  ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବକପ ୨୦୨୩ ଜାନୁଆରୀ ୧୩ରୁ ୨୯ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ। ପ୍ରତିଯୋଗିତାରେ ଖେଳାଯିବାକୁ ଥିବା ମୋଟ ୪୪ଟି ମ୍ୟାଚ ମଧ୍ୟରୁ ୨୦ଟି ମ୍ୟାଚ ରାଉରକେଲାରେ ଖେଳାଯିବ। ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ବିଶ୍ବର ପ୍ରଥମ ହକି ଷ୍ଟାଡ଼ିୟମ ଭାବେ ଏଠାରେ ୨୦ ହଜାର ଦର୍ଶକ ବସିକି ମ୍ୟାଚ ଦେଖିବାର ସୁଯୋଗ ପାଇବେ। ନୂଆ ଷ୍ଟାଡ଼ିୟମରେ ଭାରତ ଲିଗ୍‌ ପର୍ଯ୍ୟାୟର ଦୁଇଟି ମ୍ୟାଚ ଖେଳିବ। ରାଉରକେଲାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗ୍ରୁପ-ଡି ଓ ଗ୍ରୁପ-ଏ ର ୧୨ଟି ଲିଗ୍‌ ମ୍ୟାଚ ସହ ୪ଟି କ୍ରସ ଓଭର ଓ ୪ଟି ପୋଜିସନ ମ୍ୟାଚ ଖେଳାଯିବ। ନବ ନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମର ପ୍ରସ୍ତୁତି କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଗ୍ରାଉଣ୍ଡ ଟର୍ଫ ବିଛା କାର୍ଯ୍ୟ ଚାଲିଛି। ଏଠାରେ ଜର୍ମାନ ବ୍ଲୁ ଟର୍ଫ ବିଛାଯାଉଛି।
ଉକ୍ତ କାର୍ଯ୍ୟ ଆଉ ଦୁଇ ତିନି ଦିନ ମଧ୍ୟରେ ଶେ​‌ଷ ହୋଇଯିବ। । ଅନ୍ୟପକ୍ଷରେ ଅଭ୍ୟାସ ଗ୍ରାଉଣ୍ଡ କାର୍ଯ୍ୟ ଶେଷ ହୋଇଥିବାବେଳେ ଚେଞ୍ଜିଂ ରୁମ୍‌ କାର୍ଯ୍ୟ ଶେଷ ହୋଇଛି। ଖେଳାଳି ଡ୍ରେସିଂ ରୁମ୍‌କୁ ନୂଆ ରୂପରେ ପ୍ରସ୍ତୁତ କରାଯାଇଛି। ମୁଖ୍ୟ ଗ୍ରାଉଣ୍ଡର ଭିଆଇପି ବକ୍ସ ଓ ରାସ୍ତା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ୩ଟି ଯାକ ଗ୍ୟାଲେରୀ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ସେହିପରି ୩ଟି ଯାକ ଗ୍ୟାଲେରୀରେ ଚେୟାର ବିଛାଯିବା ଶେଷ ହୋଇଛି।

Comments are closed.