ବିଜେଡିର ସାମାଜିକ ସେବା କାର୍ଯ୍ୟକ୍ରମ, ୬୪ ୟୁନିଟ୍ ରକ୍ତ ସଂଗ୍ରହ

ପିପିଲି:ବିଜୁ ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ ଓ ଜୀବନ ବିନ୍ଦୁ ଅଭିଯାନରେ ପାଣିଦୋଳ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୬୪ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ପାଣିଦୋଳ ପଞ୍ଚାୟତର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉଦ୍‌ଘାଟନ କରିବା ଅବସରରେ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜୀବନ ବିନ୍ଦୁ ଜିଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବ୍ଲକ ଯୁବ ବିଜେଡି ସଭାପତି ରଶ୍ମିରଞ୍ଜନ ବିଶ୍ୱାଳ, ପିପିଲି ବ୍ଳକ ଛାତ୍ର ବିଜେଡି ସଭାପତି ସୌମ୍ୟରଞ୍ଜନ ମହାପାତ୍ର, ଯୁବନେତା ତପନ କୁମାର ନାୟକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପୁରୀ ବ୍ଲଡ୍‍ ବ୍ୟାଙ୍କର ଡାକ୍ତର ଦୀପକ ସାହୁଙ୍କ ଉପସ୍ଥିତିରେ ବ୍ଲଡ୍‍ ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ୬୪ ୟୁନିଟ୍‍ ରକ୍ତ ସଂଗ୍ରହ କରିଥିଲେ।

Comments are closed.