ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୨୦୦ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: ଉତ୍କଳ ବିଶ୍ୱ ବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ମୁଖ୍ୟ ଆୟକର ଅଧିକାରୀ ମନୋରଞ୍ଜ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ସ୍ବେଚ୍ଛାକୃତ ଶିବିରରେ ୨୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ପାଳନ ଅବସରରେ ଜାତୀୟସେବା ଯୋଜନାର ଏହି ପଦକ୍ଷେପକୁ ସମସ୍ତେ ଉଚ୍ଚ ପ୍ରଶଂସା କରାଯାଇଥିଲା।

ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ନାତ୍ତକୋତ୍ତ ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଦାସ, କ୍ୟମେରୁଲହକ୍, ଦୁଷ୍ମନ୍ତ ପାଣିଗ୍ରାହ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡ଼ଃ ରମେଶ ଚନ୍ଦ୍ର ବେହେରା ଯୁକ୍ତ ୨ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଚିନ୍ତନ ବ୍ରହ୍ମା, ଉତ୍କଳ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ବ୍ରଜ ନାରାୟଣ ପାତ୍ର, ଉତ୍କଳ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ କିର୍ତ୍ତୀ ରଞ୍ଜନ ମଲ୍ଲିକ, ଲୁସି ସୋନାଲି ହେମ୍ବ୍ରମ ତଥା ବିଶ୍ୱବିଦ୍ୟାଳୟର ଶିକ୍ଷକ କର୍ମଚାରୀ ତଥା ସ୍ୱେଚ୍ଛାସେବୀ ଓ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ. ବ୍ରଜ ନାରାୟଣ ପାତ୍ର ସମସ୍ତ ରକ୍ତଦାତା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ, ସ୍ୱେଚ୍ଛାସେବୀ, ବ୍ଲଡ଼୍ ବ୍ୟାଙ୍କ୍, କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.