ସତ୍ୟସାଇ ସେବା  ସଂଗଠନ ଶିବିରରେ ୯୧ ୟୁନିଟ ରକ୍ତ ସଂଗ୍ରହ

ରକ୍ତଦାନ କରି ପ୍ରେରଣା ପାଲଟିଥିଲେ ନୂତନ ଜିଲାପାଳ

ନବରଙ୍ଗପୁର : ସ୍ଥାନୀୟ ଶ୍ରୀସତ୍ୟସାଇ ମନ୍ଦିରରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ରକ୍ତଦାନ ମହତଦାନ ବୋଲି କହିଥିଲେ। ଜିଲାରେ ରକ୍ତର ଅଭାବ ରହିଥିବାବେଳେ ସମସ୍ତେ ରକ୍ତଦାନ କରି ଅଭାବ ପୂରଣ କରିବାକୁ କହିଥିଲେ। ଏହାପରେ ସେ ନିଜେ ରକ୍ତଦାନ କରି ମହାନତାର ପରିଚୟ ଦେଇଥିଲେ। ପ୍ରଥମଥର ପାଇଁ ଜଣେ ନୂତନ ଜିଲାପାଳ ରକ୍ତ ଦେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସେ ରକ୍ତାଦାତାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଅନ୍ୟମାନଙ୍କର ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଚୌଧୂରୀ ଶୋଭାରାଣୀ ମିଶ୍ର ଯୋଗଦେଇ ରକ୍ତାଦାତାଙ୍କୁ ଉତ୍ସାହିତ କରିଥିଲେ । ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଠାରେ ୨୭ ଜଣ ରକ୍ତଦାନ କରିଥିଲେ। ସେହିପରି ଏହି ସେବା ସଙ୍ଗଠନ ପକ୍ଷରୁ ରାଇଘରରେ ମଧ୍ୟ ଅନୁରୂପ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୬୫ଟି ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । ମୋଟ ୯୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।  ସଙ୍ଗଠନ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ କୃତଞତା ଜଜ୍ଞାପନ କରାଯାଇଛି।

Comments are closed.