ଶଗଡ଼ଭଙ୍ଗାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ,୧୧୦ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ :ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ବାଲୁଙ୍କେଶ୍ୱର ଦେବ ନୋଡାଲ ହାଇସ୍କୁଲ ପରିସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଜୁ ଯୁବ ଜନତା ଦଳ ତରଫରୁ ଏହି ଶିବିରର ଆୟୋଜନ କରାଯାଇଥିଲା। କଟକ ଏବଂ ଖୋର୍ଦ୍ଧା ବ୍ଲଡ଼ବ୍ୟାଙ୍କ ଦ୍ୱାରା ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସ୍ଥାନୀୟ ବିଧାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ବୃକ୍ଷ ଚାରା ରୋପଣ,କୋଭିଡ-୧୯(କରୋନା)ସଚେତନତା  ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଥିଲା ।

Comments are closed.