ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର; ୧୧୫ ୟୁନିଟ ରକ୍ତ ସଂଗୃହୀତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ଲକ୍ଷ୍ମୀ ନାରାୟଣ ଉଚ୍ଚବିଦ୍ୟାଳୟରେ ରବିବାର ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ରକ୍ତ ଦାନ ଶିବିରରେ ମୋଟ ୧୧୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଦଳୀୟ ଛାମୁଆଁ କର୍ମୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବରିଷ୍ଠ ନେତା ତଥା ଜିଲ୍ଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଓଡ଼ିଶା ମୋ ପରିବାର ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ, ଜିଲ୍ଲା କାର୍ୟ୍ୟକାରିଣୀ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ଚିନାମାଳିପଶି ସରପଞ୍ଚ କନକଲତା ନାଏକ, ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ସମିତିସଭ୍ୟା ଧରିତ୍ରୀ ମହାନ୍ତ ,ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଯୁବ ବିଜେଡ଼ି ଜିଲ୍ଲା ସଭାପତି ରାକେଶ ରାମ, ଉପ ସଭାପତି ଏସ କେ ଇମରାନ୍,ବଡ଼ ପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାଏକ ପ୍ରମୁଖ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ନିର୍ମଳ ମହାନ୍ତ, ପିଆରଓ ଅକ୍ଷୟ କୁମାର ସାହୁଙ୍କ ସହ ଗୌରୀ ଶଙ୍କର ମଲ୍ଲିକ, ଅନୀଲ କୁମାର ପାତ୍ର, ବେଣୁଧର ନାଏକ, ହେମରଞ୍ଜନ ମହାନ୍ତ ଉପସ୍ଥିତ ରହି ରକ୍ତ ସଂଗୃହ କରିଥିଲେ।

Comments are closed.