ବୀରନରସିଂହପୁରରେ ସ୍ୱେଛାକୃତ ରକ୍ତଦାନ ଶିବିର, ବ୍ଲକ ଅଧ୍ୟକ୍ଷଙ୍କ ସମେତ ୭୦ ୟୁନିଟ ରକ୍ତ ସଂଗ୍ରହ

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ସାଧୁଚରଣ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଗଡଜାତ ସାଂସ୍କୃତିକପରିଷଦ ଆନୂକୁଲ୍ୟରେ ଏବଂ ବି.ଡି.ପି.ଏଲ ବୌଦ୍ଧ ସହଭାଗିତାରେ ଦ୍ୱିତୀୟଥର ପାଇଁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କୋଭିଡ ସମୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଏକ ମହତ୍‍ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।ଏଥିରେ ନିଜେ ବ୍ଲକ ଅଧ୍ୟକ୍ଷ ରକ୍ତଦାନ କରିବା ସହିତ ସାଂସ୍କୃତିକ ଯୁବ ପରିଷଦ ଯୁବକମାନଙ୍କୁ ସ୍ୱେଛାକୃତଭାବେ ରକ୍ତଦାନ କରିବା ପାଇଁ ଉତ୍ସାହ କରିଥିଲେ।ଶିବିରରେ ସ୍ୱେଛାକୃତଭାବେ ୭୦ ୟୁନିଟ ରକ୍ତସଂଗ୍ରହ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ହରଭଙ୍ଗା ବି.ଡି.ଓ ନୀଳକ୍‍ଣ୍ଠ ବେହେରା,ସ୍ଥାନୀୟ ସଂରପଚ ସୂବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ।ଅତିଥିଙ୍କ ଦ୍ୱାରା ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Comments
Loading...