ଡିଙ୍ଗର ଏବଂ ଗୋଡାରେ ରକ୍ତ ଦାନ ଶିବିର ; ୧୬୨ୟୁନିଟ ରକ୍ତ ସଂଗ୍ରହ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଏବଂ ଗୋଡ଼ାଠାରେ ଆଜି ବିଧାୟକ ରାଜେନ୍ଦ୍ରକୁମାର ସାହୁଙ୍କ ଆହ୍ୱାନ କ୍ରମେ ଏବଂ ବିଜୁ ଯୁବ ଜନତାଦଳ ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗାଙ୍କ ସଂଯୋଜନାରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଙ୍ଗର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଦେଉଳି ପଞ୍ଚାୟତର ଗୋଡ଼ା ଗ୍ରାମରେ ଥିବା ଶ୍ରୀ ଲୋକନାଥ ଦେବ ଦାତବ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ । ପଞ୍ଚାୟତ ତରଫରୁ ବିଧାୟକ ଏବଂ ଜନପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଉଳି ଠାରେ ଭଞ୍ଜନଗର ବ୍ଲଡ଼ବ୍ୟାଙ୍କ ଦ୍ୱାରା ୭୫ ୟୁନିଟ ଓ ଡିଙ୍ଗର ପଞ୍ଚାୟତରେ ନୟାଗଡ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୮୭ ୟୁନିଟ ସମୁଦାୟ ୧୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାନ ଶିବିରରେ ବହୁ ମହିଳା ରକ୍ତଦାନ କରିଥିବାର ଜଣାପଡିଛି । ସେବା କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିସର ସଫେଇ ଓ ବୃକ୍ଷରୋପଣ କରାଯାଇଛି ।ବିଧାୟକ ପାଣ୍ଠିରୁ ସବୁ ଘରକୁ ମାସ୍କ ପ୍ରଦାନ କରାଯାଇଥିଲା ।

Comments are closed.