ମେଗା ରକ୍ତଦାନ ଶିବିର

ଚୌଦ୍ୱାର :ସ୍ଥାନୀୟ ଇମ୍ଫା କ୍ଲବ ହାଉସ ପରିସରରେ ବୁଧବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇମ୍ଫାର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଇମ୍ଫାର କର୍ମଚାରୀ ତଥା ଅଞ୍ଚଳର ଉସôାହୀ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୧୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଇମ୍ପାର ସାଧାରଣ ପ୍ରସାଶକ ଜି.ସାରଦା ପ୍ରସାଦ ରାଓଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ, ଇମ୍ଫା ମହିଳା କ୍ଲବ୍ ସଭାନେତ୍ରୀ ନମିତା ଅଗ୍ରୱାଲ ଏବଂ ବରିଷ୍ଠ ଅଧିକାରୀ ମାନେ ପରିଚାଳନା କରିଥିଲେ । କଟକ ରେଡକ୍ରସ ରକ୍ତ ଭଣ୍ଡାରର ର ଡା.ଜଗନ୍ନାଥ ସାହୁଙ୍କ ତତ୍ୱାବଧାନରେ ରକ୍ତ୍ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

Comments are closed.