ଯୁବ ବିଜୁଜନତା ଦଳ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର ଙ୍କର ରକ୍ତଦାନ ସଂଖ୍ୟା ୪୦ ଛୁଇଁଲା

କଣ୍ଟାବାଞ୍ଜି : ବିଜେଡି ଦଳର ସକ୍ରିୟ ସଦସ୍ୟ ତଥା ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ଠାରେ  ରକ୍ତଦାନ କରିଛନ୍ତି । କର୍ଲାବାହାଲି ଗ୍ରାମର ଜଣେ ଅସହାୟ ରୋଗୀ ସତ୍ୟ ନାଗ ଯାଦବ ଙ୍କୁ ଏହି ରକ୍ତଦାନ ସମୟରେ କଣ୍ଟାବାଞ୍ଜି ବିଜେଡି ନଗର କାର୍ଯ୍ୟକାରୀ ସଭାପତି ବିଶାଳ ବେହେରା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରା, ନାରିନେତ୍ରୀ ପିଙ୍କି ଖର୍ସେଲ ଯାଦବ, ରାଧାକାନ୍ତ ମାଝି ଉପସ୍ଥିତ ଥିଲେ।
ସୂଚନା ଥାଉକି ଶାନ୍ତନୁ ବିଭାର ୪୦ତମ ଥର ରକ୍ତଦାନ କରିଛନ୍ତି । ସେ ଅସହାୟ ରୋଗୀ ପାଇଁ ସେ ବୁର୍ଲା, କଟକ, ଭୁବନେଶ୍ୱର, ରାଜ୍ୟ ବାହାରେ ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ, ରାଜ୍ୟ ବାହାରେ ରୋଗୀଙ୍କୁ ରକ୍ତଦାନ କରିବା ପାଇଁ ଯାଇଥାନ୍ତି। ଏହି ପରି ମହାନ ଉଦ୍ଦେଶ୍ୟ ସେବା କାର୍ଯ୍ୟ ପାଇଁ ଜନସାଧାରଣ ତାଙ୍କୁ ପ୍ରଶଂସା କରୁଛନ୍ତି ।

Comments are closed.