ତୁରେକେଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

କଣ୍ଟାବାଞ୍ଜି  : ତୁରେକେଲା ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯୯ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାଜେଶ ସିଂହଦେଓ ମୁଖ୍ୟ ଅତିଥି, ବିଇଓ ସୁରେନ୍ଦ୍ରନାଥ ପୁରୋହିତ, ଏବିଇଓ ଫକିର ଚରଣ ବିଶି, ଅବସରପ୍ରାପ୍ତ ଶିକ୍ଷକ ରାମକ୍ରିଷ୍ଣା ସେଲମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୯ ଜଣ କୃତୀ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ଚୟନ ହୋଇଥିଲେ। ବିଆର୍‌ଟି ସୁନୀଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ମେହେର, ସତ୍ୟପ୍ରକାଶ ସାହୁ, ଅମରେନ୍ଦ୍ର ବାଗ, ସୁଦର୍ଶନ ଦୀପ, ରାଜକିଶୋର ମେହେର ସହଯୋଗ କରିଥିଲେ । ଶିକ୍ଷକ ପ୍ରକାଶ ମେହେର ଧନ୍ୟବାଦ ଜଣାଇଥିଲେ ।

Comments are closed.