ଦୃଷ୍ଟିହୀନ ଶିକ୍ଷକଙ୍କ ମହାନତା : ରକ୍ତଦାନ କରି ପାଲଟିଛନ୍ତି ଉଦାହରଣ

ପାଟଣା : ପାଟଣା ବ୍ଲକର ବାସିନ୍ଦା ତଥା ଚମ୍ପୁଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୋସିଆଲ ସାଇନ୍ସ୍ ଶିକ୍ଷକ ଥିବା କୁନା ମହାକୁଡ (୨୯) ଗତ ଗୁରୁବାର ସୁଦ୍ଧା ତାଙ୍କ ଜୀବନ କାଳରେ ଦଶଥର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ମାନପୁର ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଡ ପୁଅ କୁନା ମହାକୁଡ (୨୯)ଜଣେ ଦୃଷ୍ଟି ହୀନ ହେଲେ ମଧ୍ୟ  ଭଲ ମେଧାବୀ ଛାତ୍ର ଥିଲେ । ଏବେ ସେ ଚମ୍ପୁଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୋସିଆଲ ସାଇନ୍ସ୍ ଶିକ୍ଷକ ଅଛନ୍ତି । ସେହିପରି ତାଙ୍କ ସାନ ଭାଇ ବସନ୍ତ ମହାକୁଡ ଏବେ ସିଆଇଏସଏଫରେ କାର୍ଯ୍ୟରତ ଥିବା ଜଣାପଡିଛି ।

କୁନା ମହାକୁଡ ଶେଷଥର ପାଇଁ ଗତ ଗୁରୁବାର ଦିନ ନିଜ ପଞ୍ଚାୟତ ମୁଖ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ରକ୍ତଦାନ କରିବା ସମୟରେ ସେ ୧୦ଥର ପାଇଁ ରକ୍ତଦାନ କରୁଥିବା ଗଣମାଧ୍ୟମକୁ କହିଛନ୍ତି । ପୂର୍ବରୁ କଟକ ମେଡିକାଲରେ ସେ ୯ ଜଣ ରୋଗୀଙ୍କୁ ପର୍ଯ୍ୟାୟ କ୍ରମେ ରକ୍ତଦାନ କରିଥିବା ଜଣାପଡିଛି । ଯେଉଁ ପର୍ଯ୍ୟନ୍ତ ରକ୍ତଦାନ କରିବା କ୍ଷମତା ଥିବ, ସେ ପର୍ଯ୍ୟନ୍ତ ରକ୍ତଦାନ କରି ଚାଲିଥିବେ ବୋଲି କହିଥିବାରୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଆଷିଶ ଚକ୍ରବର୍ତ୍ତୀ ତାଙ୍କୂ ଅଭିନନ୍ଦନ ଜଣାଇଥବା ସହ ତାଙ୍କର ଉତରୋତ୍ତର ଉନ୍ନତି କାମନା କରିଛନ୍ତି ।

Comments are closed.