ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଛୁଆଁ

ରେଙ୍ଗାଲିକ୍ୟାମ୍ପ: ଅତାବିରା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ଚକୁଳି ଫାର୍ମରେ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ବ୍ଳକ କୃଷି ଅଧିକାରୀ ଲକ୍ଷ୍ମୀ ପ୍ରସାଦ ପଟେଲଙ୍କ ସଂଯୋଜନାରେ ଆତ୍ମା ଅଧ୍ୟକ୍ଷ ପ୍ରଶାନ୍ତ ମିଶ୍ର ଅଖିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସହକାରୀ କୃଷି ଅଧିକାରୀ ପ୍ରମୋଦିନୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଳକ ଭେଟେନାରୀ ଅଫିସର ଡା ପ୍ରତାଵ ରୁଦ୍ର ସାହୁ, ଏଏଚଓ ରାଜବାଲା ମହାପାତ୍ର,ଏଫଓ ବନମାଳୀ ରାଉତ, ସିଇଓ ସରୋଜ ମେହେର,ଏସସିଓ ଗାନ୍ଧୀ କିଷାନ ପ୍ରମୁଖ ମଞ୍ଚାସିନ ରହିଥିଲେ। ନିମନ୍ତ୍ରିତ ଚାଷୀ ଓ କୃଷି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.