ତେନ୍ତୁଳିଖୁଣ୍ଟିବ୍ଲକରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡବଣ୍ଟନ

ନବରଙ୍ଗପୁର : ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ପରେ ତେନ୍ତୁଳିଖୁଣ୍ଟିବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ କାର୍ଡ ଯୋଜନା ଦ୍ୱାରା ବ୍ଲକର ସମସ୍ତ ହିତାଧିକାରୀ ବିଭିନ୍ନ ଡାକ୍ତରଖାନାରେ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଥିଲେ । ଏହି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ, ଉପାଧ୍ୟକ୍ଷ ତନୟ ନାୟକ, ସୁଧୀର ଖୁରା, ବାବୁନୀ ନାୟକ ସମେତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗଦେଇଥିଲେ । ବହୁ ହିତାଧିକାରୀ ମାନଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା।

Comments are closed.