ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଇ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ‘ହାଇବ୍ରିଡ୍ ମୋଡ୍’ରେ ଆୟୋଜିତ ହୋଇଛି ଯେଉଁଥିରେ କିଛି ନେତା ଏହି ସଭାରେ ଆଭାସୀ ଜରିଆରେ ଯୋଗଦେବେ ଏବଂ ଅନ୍ୟମାନେ ଉପସ୍ଥିତ ରହିବେ।

ଦଳର ରାଜ୍ୟ ସଭାପତିମାନେ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟ କାର୍ଯ୍ୟାଳୟରୁ ଆଭାସୀ ଯୋଗାଯୋଗ ମାଧ୍ୟମରେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ସମାପ୍ତ ହେବାକୁ ଥିବା ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା ଏବଂ ନିତିନ ଗଡକରୀ ଉପସ୍ଥିତ ଅଛନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଯୋଗ ଦେଉଛନ୍ତି। ସଭା ସ୍ଥଳ ବାହାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି, ଯେଉଁଠାରେ ନେତାମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ରଙ୍ଗୀନ ପ୍ରଦର୍ଶନ କରାଯାଇଛି।

ଏହି ବୈଠକରେ ପାଞ୍ଚଟି ରାଜ୍ୟ – ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଆଲୋଚନା ହେବ। ୧୩ଟି ରାଜ୍ୟରେ ୨୯ଟି ଆସନକୁ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯିବା ପରେ ଏହି ବୈଠକ ହେଉଛି।

Comments are closed.