ମୋଦୀ-ଶାହାଙ୍କ ସାମ୍ବାଦିକ ସମ୍ମିଳନୀ : ପୂର୍ଣ୍ଣ ବହୁମତ ସହ ବିଜେପି ଫେରୁଛି

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତା ରବିବାର ୧୯ ତାରିଖରେ ଏଥିପାଇଁ ମତଦାନ ହେବ। ମଧ୍ୟପ୍ରଦେଶର ଖାରଗୋନରେ ଆଜି ଶେଷ  ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି ଚଳିତ ଥର ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ।  ସାରା ଦେଶ କହୁଛି କି ବିଜେପି ୩୦୦ରୁ ଅଧିକ ଆସନ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାଙ୍କ ତାଙ୍କ ଦଳ ପୁଣି ପୂର୍ଣ୍ଣ ବହୁମତ ସରକାର ହୋଇ କ୍ଷମତାକୁ ଫେରୁଛି ।

ମୋଦୀ କହିଛନ୍ତି ଯେ, ତାଙ୍କ ସରକାରର ମୂଳ ମନ୍ତ୍ର ଶେଷ ଲୋକ ପର୍ଯ୍ୟନ୍ତ ଶାସନ ପହଞ୍ଚୁ। ସଂଗଠନ ନେଇ କିଭଳି ନିର୍ବାବନ ଲଢାଯାଏ, ଆମେ ଦେଖାଇଛୁ । ଆମେ ସମ୍ପୂର୍ଣ୍ଣ ଯୋଜନା କରି ସଭା ସମିତି ଓ ପ୍ରଚାର କରିଥିଲୁ । ଗତ ପାଞ୍ଚ ବର୍ଷରେ  ଦେଶରେ ଯେତେ ସବୁ ନିର୍ବାଚନ ହୋଇଛି ଅଧିକାଂଶ ନିର୍ବାଚନରେ ଆମେ ବିଜୟ ହୋଇଛୁ । ପ୍ରଥମ ଦିନର ଉତ୍ସାହ ଆଜି ଶେଷ ଦିନରେ ମଧ୍ୟ ବଜାୟ ରହିଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ଗତ ଥର ନିର୍ବାଚନ ଏକ ସକରାତ୍ମକ ବାତାବରଣ ହୋଇଥିଲା। ଏବେ ପୂର୍ଣ୍ଣ ବହୁମତ ସରକାର ପାଞ୍ଚ ବର୍ଷ ପୂରଣ କରି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି, ଯାହା କି ଦୀର୍ଘ ଦଶନ୍ଧି ପରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି।  ଯାହା  ଆମ ପାଇଁ ବହୁତ ବଡ଼ ସଫଳତାର ବିଷୟ ହେବ ବୋଲି ସେ କହିଛନ୍ତି।

ଗତ ୫ ବର୍ଷ ଧରି ଦେଶବାସୀ ତାଙ୍କ ଉପରେ ବିଶ୍ଵାସ ପ୍ରକଟ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୪ ମେ’ ୧୭ ତାରିଖରେ କ୍ଷମତାଲୋଭୀଙ୍କୁ ବହୁତ ବଡ଼ ଆଘାତ ଲାଗିଥିଲା। ଆଜି ମଧ୍ୟ ମେ’ ୧୭ ତେଣୁ  କ୍ଷମତାଲୋଭୀଙ୍କୁ ପୁଣି ଧକ୍କା ଲାଗିବାକୁ ଯାଉଛି । ସେ କହିଛନ୍ତି ଯେ ଦେଶରେ ଯଦି ଦୃଢ଼ ଓ ପୂର୍ଣ୍ଣ ବହୁମତ ସରକାର ରହେ ତେବେ ଅନେକ କିଛି ନିର୍ଣ୍ଣାୟକ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ।

Comments are closed.