ଗାଲେରିଆ ମଲ ପ୍ରସଙ୍ଗରେ ବିଏମସି କମିଶନରଙ୍କୁ ବିଜେପିର ନିଶାଣ

ଜବରଦଖଲ ନ ହଟାଇଲେ ଆନ୍ଦୋଳନ ଧମକ ଦେଲେ ବାବୁ ସିଂହ

ଗାଲେରିଆ ମଲ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜମି ଜବରଦଖଲକୁ ନେଇ ବିଏମସି କମିଶନରଙ୍କୁ ଘେରିଛି ବିଜେପି । କମିଶନର ମଲ ମାଲିକଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଜିଲା ବିଜେପି ସଭାପତି ବାବୁ ସିଂହ ଏକ ପ୍ରେସ ବିବୃତିରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ତୁରନ୍ତ ଗାଲେରିଆ ମଲ ପକ୍ଷରୁ ବେଆଇନ ଅଧିକୃତ ଜମି ଖାଲି କରାଯିବାକୁ ଦାବି କରିଛନ୍ତି ।

ସେ କହିଛନ୍ତି ଯେ ବିଜେପି ପକ୍ଷରୁ ଗତ ୭ ତାରିଖରେ ତାରିଖ ଉତ୍କଳ ଗାଲେରିଆ
ସମ୍ମୁଖରେଥିବା ସରକାରୀ ଜମିରେ ଜବର ଦଖଲ କରି ସୈାନ୍ଦର୍ଯ୍ୟ କରଣ ପାଇଁ
କରିଥିବା ବିଭିନ୍ନ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ବିଏମ୍‍ସିର କମିସନ୍‍ରଙ୍କ
ପାଖରେ ଦାବି କରା ଯାଇଥିଲା। କମିସନ୍‍ର ଏହି ଦାବିକୁ ଗ୍ରହଣ କରି
କୋଭିଡ୍‍ ପରେ ଭାଙ୍ଗିବା ପାଇଁ କହିଥିଲେ। କମିସନ୍‍ର ମହୋଦୟ
କୋଭିଡ୍‍ ଆଳ ଦେଖାଇ ଯେଉଁଭଳି ଭାବରେ ସମୟ ଗଢାଉଛନ୍ତି ତାହା
ନିନ୍ଦନୀୟ। ମଲ ମାଲିକ ମଲର ସୈାନ୍ଦର୍ଯ୍ୟ କରଣ ପାଇଁ ଏସବୁ ବ୍ୟବସ୍ଥା କରିଥିଲେ,  କିନ୍ତୁ ଭାଙ୍ଗିବା ପାଇଁ ସରକାର କାହିଁକି ଅର୍ଥ ଖର୍ଚ୍ଚ କରିବେ କିଛି
ବୁଝା ପଡୁନାହିଁ ?
ମଲ ମାଲିକ କହିଛନ୍ତି ତାଙ୍କୁ ନିର୍ଦ୍ଦେଶ ଦେଲେ ସେ ସେଗୁଡିକୁ ଭାଙ୍ଗି ଦେବେ।
ମାତ୍ର କମିସନ୍‍ର କୋଭିଡ୍‍ର ଆଳ ଦେଖାଇ ମଲକୁ ଯେପରି ସୁରକ୍ଷା ଦେଉଛନ୍ତି
ତାହାକୁ ଆଉ ବରଦାସ୍ତ କରାଯିବ ନାହିଁ । ତେଣୁ ଯେଉଁ ମଲ ମାଲିକ ସରକାରୀ ଜମି ଜବରଦଖଲ କରିଛନ୍ତି ସେ ତାହାକୁ ତୁରନ୍ତ ଭାଙ୍ଗନ୍ତୁ ନ ହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଭୁବନେଶ୍ବର ଜିଲା ବିଜେପି ସଭାପତି ଶ୍ରୀ ସିଂହ ଚେତାବନୀ ଦେଇଛନ୍ତି ।

Comments are closed.