ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

କଲ୍ୟାଣସିହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଥାନା ଅଧିକାରୀଙ୍କ ଜରିଆରେ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମଧ୍ୟାହ୍ନରେ ବିଜେପି ଦଳର ଖ ଜୋନର ସଭାପତି ମନୋଜ ସେଠୀଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଥାନାକୁ ଯାଇଥିଲେ । ଏଠାରେ ଥାନା ଅଧିକାରୀ ସୁକୁମା ହାଂସୁଦାଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ଏହାପରେ ବ୍ଲକକୁ ଯାଇ ଜିପିଓ ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ଶହେ ଜଣ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Comments are closed.