ମଧ୍ୟପ୍ରଦେଶ ବିଏସ୍‍ପି ବିଧାୟିକାଙ୍କ ଅଭିଯୋଗ; ପ୍ରତି ବିଧାୟକଙ୍କୁ ୬୦ କୋଟିର ପ୍ରଲୋଭନ ଦେଉଛି ବିଜେପି

ଭୋପାଳ : ମଧ୍ୟପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସ୍‍ପି)ର ବିଧାୟିକା ରମାବାଇ ସୋମବାର ବିଜେପି ବିରୋଧରେ ଘୋଡ଼ା ବେପାର ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ରାମାବାଇ ଅଭିଯୋଗ କରିଛନ୍ତି ଯେ ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ ଚଳାଇଛି। ପ୍ରତି ବିଧାୟକଙ୍କୁ କିଣିବା ପାଇଁ ୬୦ କୋଟି ଟଙ୍କା ଓ ମନ୍ତ୍ରୀ ପଦର ପ୍ରଲୋଭନ ଦେଉଛି। ପ୍ରକାଶ ଯେ ମଧ୍ୟପ୍ରଦେଶରେ ଏବେ ବିଏସ୍‍ପି-କଂଗ୍ରେସର ମେଣ୍ଟ ସରକାର ରହିଛି।
ରମାବାଇ କହିଛନ୍ତି ଯେ କେବଳ ବୋକା ଲୋକ ବିଜେପିର ପ୍ରଲୋଭନରେ ପଡ଼ିବେ। ବିଜେପି ପକ୍ଷରୁ ମୋତେ କଲ୍‍ କରାଯାଇଥିଲା। ସେ ମୋତେ ମନ୍ତ୍ରୀ ପଦ ଏବଂ ଟଙ୍କାର ପ୍ରଲୋଭନ ଦେଇଥିଲେ। କିନ୍ତୁ ଏହି ଦୁଇ ଅଫରକୁ ଏଡାଇ ଦେଇଥିଲି। ମୋ ପାଇଁ ମନ୍ତ୍ରୀ ଓ ଟଙ୍କା ଗୁରୁତ୍ୱ ବହନ କରନ୍ତି ନାହିଁ।
ସେହିପରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିଜେପି ଘୋଡ଼ା ବେପାର ମାଧ୍ୟମରେ କମଲନାଥଙ୍କ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଛି। କଂଗ୍ରେସ ଓ ଅନ୍ୟଦଳର ବିଧାୟକଙ୍କୁ କିଣିବା ପାଇଁ ବିଜେପି ବହୁ କୋଟି ଟଙ୍କା ଯାଚୁଛି।

Comments are closed.