ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ହେଲେ ପ୍ରଶାନ୍ତ ନାୟକ

ଗଞ୍ଜାମ: ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କୁ ଦଳ ପକ୍ଷରୁ ମନୋନୀତ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ବନ୍ଧୁ ଓ ଶୁଭେଛୁମାନେ। ଆଗାମୀ ଦିନରେ ଦଳୀୟ ସଂଗଠନ ଅଧିକ ମଜଭୁତ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ ଜାରି ରହିବ ବୋଲି ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କୁ ଦାୟିତ୍ୱ ମିଳିବା ପରେ ଦଳୀୟ ସମର୍ଥକ ଓ ତାଙ୍କର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

Comments are closed.