କରୋନା ସଂକଟ ସମୟରେ ଜୀବନ ଓ ଜୀବିକାକୁ ସମତୁଲ ଭାବରେ ରକ୍ଷା କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ସବୁଠୁ ଶ୍ରେଷ୍ଠ ଓ ମହତ୍ କାର୍ଯ୍ୟ

ବିଜେପିର ରାଜ୍ୟବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର:୨୦୦୧ ମସିହା ଅକ୍ଟୋବର ୭ ତାରିଖ ଦିନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିରବିଚ୍ଛନ ଭାବେ ୧୩ ବର୍ଷ ମୁଖ୍ୟମନ୍ତ୍ରୀ ଏବଂ ୭ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଦେଶମାତୃକା ସେବାରେ ଆଜି ୨୦ ବର୍ଷ ପୂରଣ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୭ ତାରିଖରୁ ଆଜି ଆକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ କାର୍ଯ୍ୟକ୍ରମ ଦେଶବ୍ୟାପୀ ପାଳନ କରାଯାଉଛି। ଦୀର୍ଘ ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ନଦୀ ଓ ପୋଖôରୀ ସ୍ୱଚ୍ଛତା ଅଭିଯାନ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ, ମହାପରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ, ଡାକ୍ତରଖାନା-ବାଲ୍ୟାଶ୍ରମ-ଅନାଥାଶ୍ରମ-ବୃଦ୍ଧାଶ୍ରମରେ ଫଳ ଓ ବସ୍ତ୍ର ବିତରଣ, ଭୋକାଲ ଫର୍ ଲୋକାଲ ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ, ଇ-ସେମିନାର, ଭର୍ଚୁଆଲ ପ୍ରଦର୍ଶନୀ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ଦୀପ ପ୍ରଜ୍ୱଳନ, କୃଷକ ଓ ଯବାନ ସମ୍ମାନ ଆଦି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀମାନେ ପୋଷ୍ଟ କାର୍ଡ ଜରିଆରେ ପତ୍ର ଲେଖି ମୋଦିଜୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ରାଜ୍ୟ ସଭାପତି ସମୀର ମହାନ୍ତି ଆଜି କଟକ ଜିଲ୍ଲା ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡାଝୋଡିଠାରେ ଅନୁଷ୍ଠିତ ‘ପୋଷ୍ଟ କାର୍ଡ’ ଏବଂ ‘ଭୋକାଲ ଫର୍ ଲୋକାଲ’ ଅଭିଯାନରେ ସାମିଲ ହୋଇଛନ୍ତି। କରୋନା ସଂକଟ ସମୟରେ ଦେଶବାସୀଙ୍କ ଜୀବନ ଓ ଜୀବିକାକୁ ସମତୁଲ ଭାବରେ ରକ୍ଷା କରିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସବୁଠୁ ଶ୍ରେଷ୍ଠ ଓ ମହତ୍ କାର୍ଯ୍ୟ।ସେହିପରି ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରକୁ ମାଗଣା କୋଭିଡ୍ ଟୀକା ପ୍ରଦାନ କରି ବିଶ୍ୱରେ ସମଗ୍ର ଭାରତୀୟଙ୍କୁ ଗୌରାବାନ୍ୱିତ କରିଛନ୍ତି। ‘ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ୱାସ-ସବ୍କା ପ୍ରୟାସ’କୁ ଆଧାର କରି ନିରବିଚ୍ଛନ ଭାବେ ଦେଶ ସେବା କାର୍ଯ୍ୟ କରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଅମର ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।
ସେହିପରି ଭୂବନେଶ୍ୱର ପିଏମଜିଠାରେ ଅନୁଷ୍ଠିତ ପୋଷ୍ଟକାର୍ଡ ଅଭିଯାନରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀମାନଙ୍କ ସମେତ ବିଜେପି କାର୍ଯ୍ୟକର୍ତାମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଦୀର୍ଘାୟୁ କାମନା କରିଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଡା.କୈଳାସ ବିଶ୍ୱାଳଙ୍କତତ୍ୱାବଧାନରେରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିରରେ ଅନେକ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଥିଲା।
ଏହି ଅବସରରେ ଆଜି ରାଜ୍ୟ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ବୁଥ୍ ପର୍ଯ୍ୟନ୍ତ; ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ବୁଥ୍ କାର୍ଯ୍ୟକର୍ତାମାନେ ଭିନ୍ନ ଭିନ୍ନ ବୁଥ୍ରେ ଉପସ୍ଥିତ ରହି ପୋଷ୍ଟ କାର୍ଡ ଅଭିଯାନରେ ସାମିଲ ହୋଇଛନ୍ତି। ଏଥି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଅଭିଯାନ, ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

Comments are closed.