ବିଜେପି ସାଂସଦ ରୀତା ବାହୁଗୁଣା ଯୋଶୀ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାଂସଦ ରୀତା ବାହୁଗଣା ଯୋଶୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ଗଳା ଯନ୍ତ୍ରଣା ହେତୁ ସେ କୋଭିଡ-୧୯ ପରୀକ୍ଷା କରିଥିଲେ। ତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି।

ଏହା ମଧ୍ୟରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ୮୩,୮୮୩  କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର ଦିନ ସୂଚନା ଦେଇଛନ୍ତି ଯେ କୋଭିଡ-୧୯ ରୁ ମୋଟ ମୃତ୍ୟୁ ସଂଖ୍ୟା ୬୭,୩୭୬ କୁ ବୃଦ୍ଧି ପାଇ ଦେଶରେ ୧,୦୪୩ ନୂତନ ମୃତ୍ୟୁ ଘଟିଛି। ସଂକ୍ରମିତ ରୋଗୀ ମଧ୍ୟରୁ ବର୍ତ୍ତମାନ ୮,୧୫,୫୩୮ ପଜିଟିଭ୍ ରହିଛି। ଏପର୍ଯ୍ୟନ୍ତ କୋଭିଡ-୧୯ରେ ୨,୯୭୦,୪୯୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.