ଇଭିଏମ୍‌ ରହିଥିବା ଷ୍ଟ୍ରଙ୍ଗ ରୁମରେ ନିଜର ଏକ ତାଲା ପକାଇବା ପାଇଁ ଦରଖାସ୍ତ ଦେଲେ ବିଜେପି ପ୍ରାର୍ଥୀ

ହାଇଦ୍ରାବାଦ ..-   ତେଲେଙ୍ଗାନାର ନିଜମାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଧର୍ମପୁରୀ  ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଦରଖାସ୍ତ ଦେଇଛନ୍ତି । ଏଥିରେ ସେ ଇଭିଏମ୍‌ ରହିଥିବା ଷ୍ଟ୍ରଙ୍ଗରୁମ୍‌ରେ ନିଜର ଏକ ତାଲା ପକାଇବା ପାଇଁ ନିବେଦନ କରିଛନ୍ତି । ଧର୍ମପୁରୀ ତେଲେଙ୍ଗାନା  ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ରହିଛନ୍ତି ।  ଇଭିଏମ୍‌ ଓ ଭିଭିପାଟ ରହିଥିବା ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ  ସିସିଟିଭି କ୍ୟାମେରା ଲାଗିଛି ।

କେତକ ବିପକ୍ଷ ରାଜନୈତିକ ଦଳ ଇିଭିଏମ୍‌ ସହ ୫୦ ପ୍ରତିଶତ  ଭିଭିପାଟକୁ ଗଣତି କରିବା ପାଇଁ ଦାବି କରିଛନ୍ତି ।

Comments are closed.