କଂଟାବାଂଜି ଏନଏସି ର ବିଭିନ୍ନ ସମସ୍ୟା ନେଇ ବିଜେପିର ଦାବିପତ୍ର ପ୍ରଦାନ

କଂଟାବାଂଜି : କଂଟାବାଂଜି ବିଜେପି  ନଗର ମଣ୍ଡଳଦ୍ୱାରା  ଗୁରୁବାର ଦିନ ସ୍ଥାନୀୟ ଏନ.ଏ.ସି. ନିର୍ବାହୀ ଅଧିକାରୀଙ୍କୁ ସହରର ବିଭିନ୍ନ ସମସ୍ୟାର ସମାଧାନ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଏନ.ଏ.ସି. ନିର୍ବାହୀ ଅଧିକାରୀ ସାମ୍ମି ରେଡି ଜୟଶ୍ରୀଙ୍କ ଜରିଆରେ ଏହି ଦାବି ପତ୍ର ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦେଇଛନ୍ତି। ସହରର ବିଭିନ୍ନ ସମସ୍ୟା ମଧ୍ୟରେ ୮ଦଫା ଦାବି  ଯଥା ବାସହୀନ ତଥା କଚା ଘରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ଦୀର୍ଘ ଦିନରୁ ରହି ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଜମିର ପଟ୍ଟା ପ୍ରଦାନ କରାଯାଉ, ଯୋଗ୍ୟ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବା ଭତ୍ତା ପ୍ରଦାନ କରିବା, ସହରରେ ଆଲୋକୀକରଣ ପାଇଁ ନୂତନ ବିଜୁଳି ଖୁଂଟ ଲଗାଯାଇଛି ହେଲେ ତାହା ଜଳୁ ନାହିଁ, କୋଟି କୋଟି ଟଙ୍କାରେ ବ୍ୟୟ ହୋଇଥିବା ଆଲୋକୀକରଣରେ ବାଟ ମାରଣା ହୋଇଥିବାରୁ ଦୋଷି ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି,  କରୋନା ସମୟରେ ଏନ.ଏ.ସି. ଷ୍ଟଲର ଦୋକାନିମାନେ କ୍ଷତି ସହିଥିବା ବେଳେ ଦୋକାନ ଭଡା ୫ଗୁଣ ବୃଦ୍ଧି କରିଥିବାରୁ ତାକୁ ପ୍ରତ୍ୟାହାର କରାଯାଉ, ପରିମଳ ବ୍ୟବସ୍ଥାକୁ ଘରୋଇ କରଣ କରି ଠିକାଦାରକୁ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ଏହାକୁ ବ୍ୟବସ୍ଥିତ କରାଯାଉ, ପମ୍ପୁ ତଲାବର ଦୁର୍ନୀତିର ତଦନ୍ତ କରି ଉନ୍ନତି କରଣ କରାଯାଉ, ସହରର ଜଳ ଯୋଗାଣ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇଥିବାରୁ ତୁରନ୍ତ ସଜଡା ଯାଉ, ଏହି ଦାବି ଗୁଡିକ ୭ ଦିନ ମଧ୍ୟରେ ପୁରଣ ନ କଲେ  ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ଦାବୀ ପତ୍ରରେ ଦର୍ଶାଇଛନ୍ତି। ଏହି ଦାବି ପତ୍ର ଜିଲ୍ଲା ବିଜେପି ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ସଂପାଦକ  ଲକ୍ଷ୍ମଣ ବାଗ, ପ୍ରଦିପ ବାଗ  ସହ ଅନ୍ୟାନ୍ୟ ବିଜେପି କର୍ମୀ ସାମିଲ ଥିଲେ।

Comments are closed.