କେତେ ଦିନ ଯାଏ ନିଜ ପିଠି ନିଜେ ଥାପୁଡାଇବ ଶାସକ ବିଜେଡି? : ବିଜେପି

ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗରେ ଶାସକ ଦଳ ମୁଖପାତ୍ର ଉତର ନଦେଇ ଲୋକଙ୍କୁ ଭ୍ରମିତ କରିବା ପ୍ରସଙ୍ଗ

– ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି

– ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ରାଜନୀତି ନକରିବା ପାଇଁ କହିବା ଦୁର୍ଭାଗ୍ୟଜନକ

– ଯଦି ସତସାହାସ ଅଛି ତେବେ ବିଜେପି ପଚାରିଥିବା ନିଦ୍ଦିଷ୍ଟ ପ୍ରଶ୍ନର ଉତର ରଖନ୍ତୁ

– ମନରେଗା କାର୍ଯ୍ୟ ଚାଲିଥିବାବେଳେ କିଏ କାହାକୁ ପୁରସ୍କାର ଦେଲା

– ଓଡିଶାବାସୀଙ୍କୁ ଭ୍ରମିତ ନକରି ମନରେଗାରେ ଦୁର୍ନୀତି ହୋଇଛି କି ନାହିଁ ରୀଜ୍ୟସରକର ତାହା ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେବାର ପ୍ରମାଣ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଅନେକ ସ୍ଥାନରେ ମଣିଷ ବଦଳରେ ମେସିନ ଦ୍ୱାରା କାମ କରାଯାଉଛି। ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି। ଏ ସଂପର୍କିତ ଭିଡିଓ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି ଅବା ଏଗୁଡିକୁ ଜାଣିଶୁଣି ଅଣଦେଖା କରୁଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଉତର ନଦେଇ ନିଜ ପିଠିକୁ କେତେ ଦିନଯାଏ ଏମିତି ଥାପୁଡାଇ ଚାଲିଥିବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ହାଟଡିହି ବ୍ଲକର ସାଲାରିଆ ଗ୍ରାମପଞ୍ଚାୟତ, ଖଲ୍ଲିକୋଟ ବ୍ଲକର କୋମଣ୍ଡ ଓ ବାକୁଟ ଗ୍ରାମପଞ୍ଚାୟତ, ରଣପୁର ବ୍ଲକର ଗୋପାଳପୁର ପଞ୍ଚାୟତରେ ମନରେଗା ଦୁର୍ନୀତି ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଏ ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ଶେଷରେ ରାଜନୀତି ନକରିବା ପାଇଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ସତସାହାସ ଅଛି ତେବେ ବିଜେପି ପଚାରିଥିବା ନିଦ୍ଦିଷ୍ଟ ପ୍ରଶ୍ନର ଉତର ରଖନ୍ତୁ। ମନରେଗା କାର୍ଯ୍ୟ ଚାଲିଥିବାବେଳେ କିଏ କାହାକୁ ପୁରସ୍କାର ଦେଲା। କୋଭିଡର ଆଳ ଦେଖାଇ ଏବେ କୋଟି କୋଟି ଟଙ୍କା ହଡପ କରିବା ପାଇଁ ବିଧିବଦ୍ଧ ଯୋଜନା କରୁଛି ଶାସକ ବିଜେଡି। ଓଡିଶାବାସୀ ସବୁ ଜାଣିଛନ୍ତି, ଆଉ ସେମାନଙ୍କୁ ଭ୍ରମିତ ନକରି ମନରେଗାରେ ଦୁର୍ନୀତି ହୋଇଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ବିଶେଷ କରି ନିର୍ଦ୍ଦିଷ୍ଟ ଏହି ପଞ୍ଚାୟତଗୁଡିକରେ ମନରେଗା କାର୍ଯ୍ୟରେ କେତେ ସ୍ୱଚ୍ଛତା ରହିଛି ରାଜ୍ୟସରକାର ତାହା ଲୋକଲୋଚନକୁ ଆଣନ୍ତୁ ବୋଲି ଶ୍ରୀ ମହାପାତ୍ର ଖୋଲା ଆହ୍ୱାନ ଦେଇଛନ୍ତି।

Comments are closed.