୫ ଦଫା ଦାବି ପୂରଣ ଲାଗି ୨୧ ରେ ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟ

ଚାଷୀ ଅଧିକାର୍ ର ଲଢେଇ ପାଇଁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ବୈଠକ

ସମ୍ବଲପୁର: ସମଗ୍ର ରାଜ୍ୟରେ ଲାଗି ରହିଛି ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କର ଟାଳଟୁଳ ଓ ଚାଷୀ ମାରଣା ନୀତି । ମଣ୍ଡି ରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ, ମଣ୍ଡିରେ ଚାଲୁ ରହିଛି ମିଲର୍ ଓ ଦଲାଲ୍ ଙ୍କ ଦୌରାତ୍ମ । ଏଣୁ ଆସନ୍ତା ୨୧ ଜାନୁୟାରୀ ୨୦୨୧ ଦିନ ବିଜେପି ନେତୃତ୍ୱରେ ସମଗ୍ର ପଶ୍ଚିମାଞ୍ଚଳର ଚାଷୀ ନିଜର ନ୍ୟାର୍ଯ୍ୟ ଅଧିକାର ଓ ଦାବି ପୂରଣ ର ଲଢେଇ ପାଇଁ ଘେରାଓ କରିବେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଙ୍କ କାର୍ଯ୍ୟାଳୟ । ପଶ୍ଚିମାଞ୍ଚଳର ୫ ଟି ଲୋକସଭା ଅଧୀନରେ ଥିବା ୩୫ ଟି ବିଧାନସଭା ଓ କନ୍ଧମାଳ ଲୋକସଭା ର ବୌଦ୍ଧ ଓ କଣ୍ଟାମାଲ ବିଧାନସଭା କୁ ମିସେଇ ୩୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବହୁ ଚାଷୀ, ବିଜେପି କର୍ମୀ, ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଏହି ଆନ୍ଦୋଳନ ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ବଲପୁର ବିଜେପି ପକ୍ଷରୁ କୁହାଯାଇଛି ।

ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ  ଜୟ ନାରାୟଣ ମିଶ୍ର ବୈଠକରେ ଉପସ୍ଥିତ ସମସ୍ତ କର୍ମୀ ଓ ପଦାଧିକାରୀ ଙ୍କ ସହ ଆନ୍ଦୋଳନ ର ସମସ୍ତ ବିଷୟ କୁ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଚର୍ଚ୍ଚା ଆଲୋଚନା କରିଥିଲେ । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ୭ ଗୋଟି ମଣ୍ଡଳରୁ ଆସିଥିବା କର୍ମୀ ଓ ପଦାଧିକାରୀ ମାନଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର ପ୍ରସ୍ତୁତି ବୈଠକ ରେ କୁଚିଣ୍ଡା ର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ  ରବି ନାରାୟଣ ନାଏକ ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ  ରାମଚନ୍ଦ୍ର ମେହେର ମଞ୍ଚାସୀନ ଥିବା ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ  ଅନିଲ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ଗିରିଜା ସାହୁ, ଜୟନ୍ତ ଦାଶ, ସରୋଜ କୁମାର ଘଡାଇ, ସଞ୍ଜୀବ ବର୍ମା, ପ୍ରଦୀପ କୁମାର ବେହେରା, ଡା.ରାଜ କୁମାର ବଡ଼ପଣ୍ଡା, ଫଣି ଭୂଷଣ ମିଶ୍ର, ନିଲାମ୍ବାର ସିକନ୍ଦର, ଦୟାନିଧି ପ୍ରଧାନ, ଉଲ୍ଲସ ବାରିକ, ସୌମିତ୍ର ଜତି, ଶିବ ଦିୱାନ, ପ୍ରଭୁଦତ୍ତ ପଣ୍ଡା, ଦଶରଥ ମେହେର, କାହ୍ନୁରାମ ଶର୍ମା ତନୁଶ୍ରୀ ରାଣା, ପୁଷ୍ପାଞ୍ଜଳି ଜେନା, ସୁଜାତା ଗୁରୁ, କାନ୍ତି ମେହେର, ସୁବର୍ଣ୍ଣ କୁଅଁର, ମେଜ ସାହୁ, ଲକ୍ଷ୍ମୀ ସାହୁ, ଭବାନୀ ଦୁଷର, ଶଲୀଳା ପଣ୍ଡା, ତୃପ୍ତିମୟୀ ପଣ୍ଡା ଅଶ୍ୱିନୀ ମଝି, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପିର ୫ ଦଫା ଦାବି-

(୧) ରାଜ୍ୟରେ ଅଣ ଜଳସେଚିତ ଅଞ୍ଚଳରେ ଏକର ପ୍ରତି ୧୩ କ୍ୱିଣ୍ଟାଲ ଓ ଜଳସେଚିତ ଅଞ୍ଚଳରେ ଏକର ପ୍ରତି ୧୯ କ୍ୱିଣ୍ଟାଲ ଧନ ବିକ୍ରି ପାଇଁ ନେଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହାର କରାଯାଉ ।
.
(୨)  ପ୍ରତ୍ୟେକ ଜିଲ୍ଲା ର ଧନ ବିକ୍ରିର ପରିମାଣ ପାଇଁ ଜିଲ୍ଲା ର DLPC ର ନିଷ୍ପତ୍ତି କୁ କାର୍ଯ୍ୟକ୍ଷମ କରାଯାଉ ।
.
(୩) ରାଜ୍ୟର ମଣ୍ଡି ମାନଙ୍କରେ ପଡି ରହିଥିବା ଚାଷୀ ଙ୍କ ଧାନ କୁ ଉଠେଇବା ଓ ରାଜ୍ୟରେ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିବା ଚାଷୀ ମାନଙ୍କ ଧାନ କୁ ଶୀଘ୍ର ବିକ୍ରି କରାଯିବାର ବ୍ୟବସ୍ଥା କରାଯାଉ ।
.
(୪) ଧାନ ବିକ୍ରି ପାଇଁ ଯେଉଁ ଚାଷୀ ମନେ ଟୋକନ୍ ପାଇ ନାହାନ୍ତି ସେମାନଙ୍କୁ ଟୋକନ୍ ଯୋଗେଇ ଦିଆଯାଉ ଓ ବାତିଲ ହୋଇଥିବା ଟୋକନ୍ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବାର ବ୍ୟବସ୍ଥା କରାଯାଉ ।
.
(୫) ରାଜ୍ୟ ର ଲକ୍ଷ ଲକ୍ଷ ଚାଷୀ ଙ୍କୁ ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ର ସୁଫଳ ପହଞ୍ଚେଇବା ପାଇଁ ରାଜ୍ୟ ର ସମସ୍ତ ବର୍ଗ ର ଚାଷୀ ମାନଙ୍କୁ ଶୀଘ୍ର ପଞ୍ଜିକୃତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଞ୍ଜିକୃତ ଚାଷୀ ଙ୍କ ତାଲିକା ପ୍ରେରଣ କରନ୍ତୁ ।

Comments are closed.