ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବାଲେଶ୍ବର ସଦର- ମାନସ ଦତ୍ତ ; ତିର୍ତ୍ତୋଲ- ରାଜ କିଶୋର ବେହେରା

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ବର ସଦର ପାଇଁ ପୂର୍ବତ୍ତନ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତକୁ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା କରିଛି ବିଜେପି ।

ସୂଚନା ଅନୁଯାୟୀ, ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା।

ନାମାଙ୍କନ ଦାଖଲର ଶେଷ ତାରିଖ ୧୬ ତାରିଖ ରଖାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ ୧୭ରେ ଯାଞ୍ଚ କରାଯିବ। କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ। ୧୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ନଭେମ୍ବର ୩ରେ ଭୋଟଗ୍ରହଣ ହେବ। ନଭେମ୍ବର ୧୦ରେ ହେବ ଭୋଟଗଣତି।

 

Comments are closed.