କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଠାକୁରମୁଣ୍ଡା: ଦିନକୁ ଦିନ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ବେଳେ ମୟୁରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ବିରୋଧ କରି ବୁଧବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଅସାଧୁ କର୍ମଚାରୀଙ୍କ ପାଇଁ ଚିକିତ୍ସାସେବା ସମ୍ପୂର୍ଣ୍ଣ ବିଫଳ ହେଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଯାହାଫଳରେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଦିନକୁ ଦିନ ସମସ୍ୟା ବଢି ଚାଲିଛି। ଏହାର ପ୍ରତିକାର କରିବା ତ ଦୂରର କଥା ଏ ସମ୍ପର୍କରେ ବାରମ୍ବାର କରଞ୍ଜିଆବାସୀ ଦାବି କରିଥିଲେ ବି କୌଣସି ଫଳ ମିଳିନାହିଁ। ଓଲଟି ଡାକ୍ତର ଏବଂ ନର୍ସମାନଙ୍କ ଆକ୍ରୋଶର ଶିକାର ହେବା ପାଇଁ ପଡୁଛି। ବହୁ ସମୟରେ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ କେବଳ ସ୍ଥାନାନ୍ତର କରାଯାଉଛି।

ପୂର୍ବରୁ ବାରମ୍ବାର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମେଡ଼ିକାଲରେ କିଛି ଉନ୍ନତିକରଣ କାର୍ୟ୍ୟ ହୋଇଛି। ତେବେ ବର୍ତ୍ତମାନ ବିଭିନ୍ନ ଆଳ ଦେଖାଇ ମେଡିକାଲରେ ଡାକ୍ତର ରୋଗୀମାନଙ୍କୁ ନିର୍ୟାତନା ଦେଉଥିବା ପରିଲକ୍ଷିତ ହେଉଛି। ଏହାକୁ ବିରୋଧ କରି ଆଜି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶହ ଶହ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପଖଣ୍ଡ ଚିକିତ୍ସାଲୟରେ ତୁରନ୍ତ ଡାକ୍ତର ଏବଂ ନର୍ସ ନିଯୁକ୍ତ ନ କଲେ ଆଗାମୀ ଦିନରେ ଆରପାର ଲଢେ଼ଇ ହେବ ବୋଲି ଚେତାବନୀ ଦେଇଛନ୍ତି।

କରଞ୍ଜିଆ ନଗର ସଭାପତି ରୋହିତ ପୃଷ୍ଟିଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତ, ମୁନା ମିଶ୍ର, ଜିଲା ପରିଷଦ ସଦସ୍ୟ ସାମାୟ ପୂର୍ତ୍ତି, ଯୁଗୋଳ କିଶୋର ନାଏକ, ଦନାରଦନ୍ ବେହେରା ପ୍ରମୁଖଙ୍କ ନେତୃତ୍ବରେ ଶହଶହ ବିଜେପି କର୍ମୀ ଧାରଣାରେ ବସିବା ସହ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Comments are closed.