ବିଜେଡି ଯୁବ ନେତା ମାନସ ସାହୁଙ୍କ ପରଲୋକ

ବ୍ରଜରାଜନଗର : ବିଜେଡ଼ି ଯୁବ ନେତା, ପୂର୍ବତନ କାଉନସିଲର ତଥା ବିଟିଓଏର ସାଧାରଣ ସମ୍ପାଦକ ମାନସ ସାହୁଙ୍କ ଗୁରୁବାର ହୃଦଘାତରେ ଦେହାନ୍ତ ହୋଇଛି। ଗୁରୁବାର ସଂଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମାନସଙ୍କୁ ମଣ୍ଡାଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆ ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ମାନସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ମାନସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗଦାନ କରିଥିଲେ। ତେବେ ଚଳିତ ବର୍ଷ ମାନସ ଚତୁର୍ଥ ଥର ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

Comments are closed.