ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଜେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଏହି ବଜେଟ ଲୋକମାନଙ୍କର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି.. ଏହି ବଜେଟ ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକାମାନଙ୍କ ଦ୍ବାରା ବୋଲି କହିଛନ୍ତି..

ବିଧାନସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ.. ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି..

ବଜେଟ୍‌‌ ୨୦୨୩-୨୪ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ.. କୃଷି ପାଇଁ ୨୪,୮୨୯ କୋଟିର ବ୍ୟୟବରାଦ..

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ .. ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି..

ଶନିବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ .. ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ .. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନସେଲର୍ ଅନେକ ଦ୍ୱିପାକ୍ଷିକ, ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ..

ନବରଙ୍ଗପୁର : ମାଓବାଦୀଙ୍କ ବର୍ବରକାଣ୍ଡ.. ପୁଲିସ ଇନଫରମର ସନ୍ଦେହରେ ଘରୁ ଡାକି ନେଇ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ..

ଢେଙ୍କାନାଳରେ ସିଡିଏମଓ, ଏଡିଏମଓଙ୍କୁ ହସ୍ପିଟାଲରେ ଘଣ୍ଟାଏ ଅଟକ ରଖିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ.. ରୋଗୀଙ୍କ ସହ କଥାବାର୍ତ୍ତା ପରେ ସିଡିଏମଓ, ଏଡିଏମଓଙ୍କୁ ଅଟକ ରଖିଲେ.. ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଅଟକ ରଖିଲେ..

କୋଣାର୍କ : କୋଠ ସମ୍ପତ୍ତିକୁ ନେଇ ଦୁଇ ଗାଁ ମୁହାଁମୁହିଁ.. ନଡିଆ ତୋଳା ବେଳେ ଭଗବାନସିନ୍ଦୁରା ଓ ବଡସିରିଭିଳା ଗାଁ ମୁହାଁମୁହିଁ.. ନଡିଆ ତୋଳାକୁ ବିରୋଧ ସହ ପୁଲିସକୁ ଅଟକ ରଖିଲେ..

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ.. ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥ୍ୟ ଦେଇ ଗିରଫ.. ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ କଲା ବାଲେଶ୍ବର ପୁଲିସ.. ପ୍ରେସମିଟ୍‌ରେ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥଙ୍କ ସୂଚନା..

ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା..୧୧ମୃତ ,୨୦ ଆହତ..

 

Comments are closed.