ଆତ୍ମରକ୍ଷା ପାଇଁ ସମର୍ଥନ କରିଛି ବିଜେଡି: ନିରଞ୍ଜନ

ଭୁବନେଶ୍ଵର: ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ସୋମବାର ଆଗତ ହୋଇଛି। ଏହି ବିଲ୍‌କୁ ବିଜେଡି ସମର୍ଥନ କରିଛି। ରାଜ୍ୟସଭାରେ ବି ଦଳ ବିଲ୍‌କୁ ସମର୍ଥନ କରିବ​‌ ବୋଲି ଘୋଷଣା କରିଛି। ବିଜେଡିର ଏହି ନିଷ୍ପତ୍ତି ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ମତ ରଖି କହିଛନ୍ତି, ଆତ୍ମରକ୍ଷା ପାଇଁ ବିଜେଡି ବିଲ୍‌କୁ ସମର୍ଥନ କରିଛି। ଖଣି ଦୁର୍ନୀତି ପ୍ରସଙ୍ଗରେ ସିବିଆଇ କିଛି କଲା କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ତାଲିକାରେ ବିଜେଡି ସାଂସଦମାନେ ନାଁ ଦେଇ ଗଲେନି। ଏଠାରେ ପାଟି କରୁଛନ୍ତି, କିନ୍ତୁ ସଂସଦରେ ଚୁପ୍‌। ଏହାକୁ ହିଁ ମେଣ୍ଟ କୁହାଯାଏ। ବିଜେପି-ବିଜେଡି ଉଭୟେ ସମାନ। ଏମାନେ ରାଜ୍ୟ ହିତରେ ନାହାନ୍ତି ବୋଲି ନିରଞ୍ଜନ କହିଛନ୍ତି।

ନିରଞ୍ଜନଙ୍କ ଅଭିଯୋଗ ଉପରେ ଜବାବ ଦେଇ ବିଜେଡି ସାଂସଦ ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଏହି ନିଷ୍ପତ୍ତି ନେଇଛି। ବିଜେଡି ଏକ ଆଞ୍ଚଳିକ ଦଳ। ଓଡ଼ିଶାର ସ୍ବାର୍ଥକୁ ଜଗିବା ଆମ କାମ। ସେଶ ଓ ଜାତିରେ ସ୍ବାର୍ଥ ପ୍ରସଙ୍ଗକୁ ସମର୍ଥନ କରୁଛୁ। ଓଡ଼ିଶାର ସ୍ବାର୍ଥ, ପ୍ରଗତି, ସ୍ବାଭିମାନ ପାଇଁ ଲୋକଙ୍କ ସହ ଡିଲ୍‌ କରିଛୁ ବୋଲି ପ୍ରତାପ କହିଛନ୍ତି।

Comments are closed.