ପିପିଲି ଉପନିର୍ବାଚନ : ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ବର : ପିପିଲି ବିଧାନସଭା ଆାସନରେ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ଅନେକ ବରିଷ୍ଠ ଓ ଯୁବ ନେତା ସ୍ଥାନ ପାଇଛନ୍ତି ।

ତାଲିକାରେ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମୀଳା ମଲ୍ଲିକ ରହିଛନ୍ତି।

ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଢ଼ାଇ, ଉମାମାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ସୁଧୀର କୁମାର ସାମଲ ଆଦିଙ୍କୁ ସ୍ଥାନ ମିଳିଛି। ଆସନ୍ତା ୩୦ ତାରିଖରେ ପିପିଲି ବିଧାନସଭା ଆାସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

Comments are closed.