କିଆପଲ୍ଲା ସରପଞ୍ଚଙ୍କ ସହ ବହୁ ସମର୍ଥକଙ୍କ ବିଜେଡିରେ ଯୋଗଦାନ

ବାଙ୍କୀ : ବିଜୁ ଜନତା ଦଳର କାର୍ଯ୍ୟଶୈଳୀ ଓ ନବୀନ ପଟ୍ଟନାୟକଙ୍କର ଆସ୍ଥା ପ୍ରତି ଆକୃଷ୍ଟ ହୋଇ କିଆପଲ୍ଲା ସରପଞ୍ଚ ଚକ୍ରଧର ସାହୁଙ୍କ ସମେତ ବହୁ ସମର୍ଥକ ଅନ୍ୟଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ସୂଚନା ଅନୁଯାଇ ରବିବାର ଦିନ ଅପରାହ୍ନରେ କିଆପଲ୍ଲା ସରପଞ୍ଚ ଶ୍ରୀ ସାହୁ ନିଜର ସମର୍ଥକଙ୍କ ସହ ଭୂବନେଶ୍ୱର ସ୍ଥିତ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ସରକାରୀ ବାସଭବନରେ ଉପସ୍ଥିତ ରହି ବିଜେଡିରେ ଯୋଗ ଦେଇଛନ୍ତି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଦଳୀୟ ଉତ୍ତରୀୟ ସହ ଫୁଲତୋଡା ପ୍ରଦାନ କରି ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିବା ସୂଚନା ମିଳିଛି । ଏହି ମିଶ୍ରଣ ପର୍ବରେ ବାଙ୍କୀ ବ୍ଲକ ବିଜୁ ଜନତା ଦଳ ସଭାପତି ଅନନ୍ତ ଚରଣ ଦାସ, ଅନୁଆରୀ ସରପଞ୍ଚ ସଂଜୟ କୁମାର ପାତ୍ର, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସମାନ୍ତ, ଜିଲ୍ଲାପରିଷଦ ସଦସ୍ୟ ପ୍ରଣବ କିଶୋର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ନବାଗତ ମାନଙ୍କୁ ସ୍ୱାଗତ କରିବା ସହିତ ଅନୁରୂପ ଦଳକୁ ସ୍ୱାଗତ ଜଣାଇଛନ୍ତି ।

Comments are closed.