ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ପକ୍ଷରୁ ବ୍ଳକ ଘେରାଉ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦରରେ ଥିବା ଶିବ ମନ୍ଦିରଠାରୁ ଯୁବ ବିଜେଡି ପକ୍ଷରୁ ବିଜୁ ଛାତ୍ର ସଭାପତିଙ୍କ ନେତୃତ୍ଵରେ ଡିଜେଲ, ରନ୍ଧନଗ୍ୟାସ, ବିଦ୍ୟୁତର ଅତ୍ୟଧିକ ଦର ଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର  ସରକାରଙ୍କ ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ ହେବା ଭିତରେ ସ୍ଥାନୀୟ ବ୍ଲକ ଘେରାଉ କରାଯାଇଛି । କେନ୍ଦ୍ର ସରକାରଙ୍କ ମାରଣା ନୀତି ବିରୁଦ୍ଧରେ ବିକ୍ଷୋଭ ରାଲି କରି ସ୍ଲୋଗାନ ସହ ବ୍ଲକରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ବ୍ଳକ ଯୁବଛାତ୍ର ସଭାପତି ରାଜୀବ ନାୟକ, ବ୍ଲକ ଯୁବ ସଭାପତି ଜି ନାଗରାଜୁ, ବରିଷ୍ଠ ବିଜୁ ଜନତା ଦଳର ନେତା ରମାକାନ୍ତ ପରିଛା, ଡିଜିଟାଲ ଯୁବ ଛାତ୍ର ସଂପାଦକ ଆସିପୁ ଚାନ୍ଦୁ, ମିଣ୍ଡୁ ଦଣ୍ଡସେନା, ଯୁବ ନେତା ଚେଲା ପତି ଓ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.