ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗୁଡଭେଲାରେ ବିଜେଡିର ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ

ଗୁଡଭେଲା : ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ବିରୋଧରେ ଆଜି ଗୁଡଭେଲା ବ୍ଲକ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁଡଭେଲା ଛକରୁ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ଗଣଧାରଣା ଦେବା ସହ ବିଭୋକ୍ଷ ପ୍ରଦର୍ଶନ କରିଥିଲେ । ଗୁଡ଼ଭେଲା ବ୍ଳକ ଏବଂ ତୁଷୁରା ବିଜ୍ଞାପିତ ପରିଷଦର ଶତାଧିକ ବିଜେଡି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ । ଏହାସହ ବିଡିଓ ଅନୁପସ୍ଥିତ ଥିବିରୁ ଏବିଡିଓ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଗୁଡଭେଲା ବିଡ଼ିଓଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା । ବ୍ଳକର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଲଲିତା ସାହୁ, ଯୁବ ସଭାପତି ଶତିଷ ଅଗ୍ରୱାଲ ଓ ଛାତ୍ର ସଭାପତି ମନୋଜ ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଳକ ବିଜେଡି ସଭାପତି ଅରୁଣ କୁମାର ପ୍ରଧାନ, ତାରାବତୀ ହରପାଲ, ସତ୍ୟପ୍ରିୟ କମ୍ପଙ୍କ ସହ ବ୍ଳକ ଓ ତୁଷୁରା ଏନଏସିର ବରିଷ୍ଠ ବିଜେଡି ନେତା ଏବଂ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

Comments are closed.