ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ଵର: ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ୍‌ ଅଧିବେଶ ଆରମ୍ଭ ହେଉଛି। ଏଥିରେ ବିଜେଡିର ରଣନୀତି କିପରି ରହିବ ସେ ନେଇ ଆଲୋଚନା ପାଇଁ ମଙ୍ଗଳବାର ଦଳୀୟ ସାଂସଦମାନେ ସଂସଦୀୟ ଦଳ ବୈଠକରେ ଏକାଠି ହେବେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ସଂସଦରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେ ନେଇ ବୈଠକରେ ସାଂସଦମାନଙ୍କୁ ପରାମର୍ଶ ଦେବେ। ପୂର୍ବାହ୍ନ ୧୧ଟା ୨୫ରେ ବୈଠକ ବସିବ ବୋଲି ସୂଚନା ମିଳିଛି।

Comments are closed.