ବିଜେଡିର ମିଶ୍ରଣପର୍ବ

ଆରଡି : ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆରଡି ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣପର୍ବରେ ଆରଡି ଅଧିନସ୍ଥ ସିଙ୍ଗିପୁର, ମୁଆଁ ଆଦି ଗାଁର ବହୁ କର୍ମୀ ଅନ୍ୟଦଳ ଛାଡି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ରାଜ୍ୟ ସଭାପତି ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟ ତଥା ଚାନ୍ଦବାଲି ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଯୋଗ ଦେଇଥିବା କର୍ମୀମାନେ କହିଛନ୍ତି । ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ନାନ୍ଦପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବିଜେଡିର ସଭାପତି ସରୋଜ ଦାସ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଜିଲାପରିଷଦ ପ୍ରତିନିଧି ଭଗବାନ ମାଝୀ, ଓଳଗ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ ସେଠୀଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Comments are closed.