ସମ୍ଭାବ୍ୟ ବିଜୟ ନେଇ ବିଜୁ ଯୁବ କର୍ମୀଙ୍କ ଆତସବାଜି

କଲମପୁର: ୨୦୧୯ ନିର୍ବାଚନ ଭୋଟ ଗ୍ରହଣର ଗୁରୁବାର ଥିଲା ପ୍ରଥମ ପର୍ଯ୍ୟାୟ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହେଇ ଅପରାହ୍ନ ୪ ମଧ୍ୟରେ ଶେଷ ହେବା ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ କିଛି ଅଧିକ ସଂଖ୍ୟକ ମତଦାତା ଥିବା କେନ୍ଦ୍ର ଗୁଡିକରେ ପ୍ରାୟ ରାତି ୮ଟା ପର୍ଯ୍ୟନ୍ତ ମତ ଗ୍ରହଣ ଚାଲିଥିବା ବେଳେ ହଠାତ୍‍ ସାମ୍ଭବ୍ୟ ବିଜୟ ଆଶା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣ ସମେତ ଧର୍ମଗଡ ଚାରିଛକ ଓ ବଙ୍ଗଳା ଛକ ନିକଟରେ ଆତସବାଜି କରିଥିଲେ। ଏହାସହ ବି.ଜେ.ଡି ଜିନ୍ଦାବାଦ, ନବିନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ। ତେବେ କିଛି ବ୍ୟକ୍ତି ଫେସବୁକରେ ଫଟୋ ଭିଡିଓ ଅପଲୋଡ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କଲମପୁର ବ୍ଲକ ବିଜୁ ଛାତ୍ର ଜନାତା ଦଳର କର୍ମୀ ମନୋଜ କୁମାର ନାଏକଙ୍କୁ ପଚାରିବା ପରେ ଅନ୍ୟ ଅଞ୍ଚଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏପରି କରିଥିବା କହିଛନ୍ତି।

Comments are closed.